ଦିନ ଥିଲା, ଏ ନିପଟ ମଫସଲର ଅନ୍ଧାରୀ ମୂଲକରେ, ତାଳତମାଳ ଘଞ୍ଚ ସବୁଜିମାରେ, ଋଷୀପୁଅର ଋଷକ୍ଷେତରେ ଅବା ହାଓଡ଼ା-ଚେନ୍ନାଇ
ରେଳପଥର କଡ଼େ କଡ଼େ ଋଳ ଛପର ଘରକୁ ନେଇ ଗଢ଼ି ଉଠିଥିବା ଗ୍ରାମ ଅବା ସାହିର ପିଲାମାନେ ସୁଦୂର ସୋର ସତ୍ୟାନନ୍ଦ ହାଇସ୍କୁଲ
ବା ମାର୍କୋଣା ହାଇସ୍କୁଲକୁ ପାଠ ପଢ଼ିବାକୁ ଯାଉଥିଲେ । ଗାଁର ପିଲା ଗାଁରେ ପଢ଼ିବେ, ଗାଁର ନାମ ଟେକ ରଗ୍ବେ, ଦୂର
ଦୂରାନ୍ତକୁ ପିଲାମାନେ ଯାଇ ପାଠ ପଢ଼ିବାର ହଇରାଣ ହରକତକୁ ଅନୁଭବ କରି ଏକ ଦୁର୍ବାର ସ୍ଵପ୍ନ ନେଇ ଅବିଭକ୍ତ ସାଜନପୁର
ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଗଣେଶ ପ୍ରସାଦ ମହାପାତ୍ର ଓ ସେତେବେଳର ଅବିଭକ୍ତ ମଧୁସୂଦନପୁର ପଞ୍ଚାୟତର
ପୂର୍ବତନ ସରପଞ୍ଚ ସ୍ଵର୍ଗତଃ ବାଇଧର ଦାସଙ୍କ ସହ ଆଲୋଚନା କରି ବର୍ତ୍ତମାନ ସବିରା ଓ ତଳନଗର ପଞ୍ଚାୟତର ମିଳନସ୍ଥଳ ସବିରା
ଷ୍ଟେସନ ନିକଟବର୍ତ୍ତୀ ମହାନ୍ତିଗଡ଼ିଆ ପାର୍ଶ୍ଵବର୍ତୀ ଇଲାକାରେ ସବିରା ଉଚ୍ଚ ବିଦ୍ୟାଳୟର ଭିତ୍ତି ସ୍ଥାପନ ପାଇଁ ସ୍ଵପ୍ନ
ଦେଖିଲେ । କିନ୍ତୁ ସେତେବେଳେ ବିଦ୍ୟାଳୟ ସ୍ଥାପନ ପାଇଁ ଜମି, ବିଦ୍ୟାଳୟ ଗୃହ, ଶିକ୍ଷକ ମାନଙ୍କ ପାଇଁ ପାରିଶ୍ରମିକ
ଯୋଗାଡ଼ କରିବା କଷ୍ଟକର ହେଉଥିଲା । କୁହାଯାଏ, ଏହି ବିଦ୍ୟାଳୟର ଜନନୀ ୧୯୭୩ ମସିହାରେ ପ୍ରଳୟଙ୍କରୀ ବନ୍ୟା । ସେତେବେଳେ
କାଂଶବାଂଶ ଓ ପିତାକାଳିଆ ନଦୀର ବନ୍ୟା ପ୍ରକୋପରେ ଅନେକ ଘର ଭାଙ୍ଗିଯାଇଥିଲା । ଲୋକମାନଙ୍କୁ ଘରଭାଙ୍ଗିର ସରକାରୀ ଆର୍ଥିକ
ସାହାଯ୍ୟ ମିଳିଲା । ପ୍ରତ୍ୟେକ ଘରୁ ଏହି ଘରଭାଙ୍ଗି ଅର୍ଥରୁ କିଛି କିଛି ସଂଗୃହୀତ ହୋଇ ବିଦ୍ୟାଳୟ ସ୍ଥାପନର ମୁଖ୍ୟ
ଭୂମିକା ଗ୍ରହଣ କଲା । କିନ୍ତୁ ସମୟ କ୍ରମେ ବିଦ୍ୟାଳୟ ଚଳାଇବା ଜଟିଳ ହୋଇପଡ଼ିଲା । ବିଦ୍ୟାଳୟର ଆର୍ଥିକ ସମସ୍ୟା ଲାଘବ
କରିବା ପାଇଁ ସେତେବେଳେ ବାଉଁଶଖୁଣ୍ଟା ଗ୍ରାମନିବାସୀ ସ୍ଵର୍ଗତଃ ବାଇଧର ବେହେରା, ଯିଏ କି ଦକ୍ଷିଣ-ପୂର୍ବ ରେଳପଥର ଚତୁର୍ଥ
ଶ୍ରେଣୀ କର୍ମଗ୍ରୀ ଥିଲେ, ସେ ମହୋଦୟ ବିଦ୍ୟାଳୟର ଆର୍ଥିକ ସଂକଟ ସମୟରେ ନିଜ ଦରମାର ସିଂହଭାଗ ପ୍ରତିମାସ ବିଦ୍ୟାଳୟକୁ
ପ୍ରଦାନ କରି ବିଦ୍ୟାଳୟର ଗୃହ ନିର୍ମାଣ ଓ ଶିକ୍ଷକମାନଙ୍କର ଦରମାରେ ବିନିଯୋଗ କରୁଥିଲେ । ଏହାକୁ ହିଁ କୁହାଯାଏ ଚମତ୍କାର
। ବିଦ୍ୟାଳୟ ଗଠନର ମୁଖ୍ୟ ବିନ୍ଧାଣୀ ଶ୍ରୀଯୁକ୍ତ ଗଶେଣ ପ୍ରସାଦ ମହାପାତ୍ର, ସ୍ଵର୍ଗତଃ ବାଇଧର ଦାସ ଓ ସ୍ଵର୍ଗତଃ ବାଇଧର
ବେହେରା ଅନେକ ଘାତ, ପ୍ରତିଘାତ ସହି ଯେଉଁ ଅଦମ୍ୟ ଉତ୍ସାହର ପରାକାଷ୍ଠା ଦେଖାଇଛନ୍ତି ସେଥିପାଇଁ ସେମାନେ ଆମ ସମସ୍ତଙ୍କର
ନମସ୍ୟ ଓ ପୂଜନୀୟ । ତାଙ୍କର ଗୁଣାବଳୀ ଭବିଷ୍ୟତ ପିଢ଼ୀ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ।
Founder of School
ଶ୍ରୀଯୁକ୍ତ ଗଶେଣ ପ୍ରସାଦ ମହାପାତ୍ର
ସ୍ଵର୍ଗତଃ ବାଇଧର ଦାସ
ସ୍ଵର୍ଗତଃ ବାଇଧର ବେହେରା
ବିଦ୍ୟାଳୟ ତ ଗଠନ ହୋଇଗଲା । ପିଲାଟି ଜନ୍ମ ପରେ ପରେ ଗୁରୁଣ୍ଡି ଗୁରୁଣ୍ଡି ଚାଲି ଶିଖେ, ସମୟ କ୍ରମେ ସେ ଗଲି ଶିଖ୍
ଦୁନିଆକୁ ଜାଣିବାର ସୁଯୋଗ ପାଏ । ଦୁନିଆକୁ ଜାଣିବା ଭିତରେ ଦେଖାଦିଅନ୍ତି ପିତା, ମାତା, ଗୁରୁ,
ଗୁରୁଜନ, ସୃଜନ, ବନ୍ଧୁବାନ୍ଧବ ତଥା ପରିବେଶ । ସେହିଭଳି ସବିରା ଉଚ୍ଚ ବିଦ୍ୟାଳୟକୁ ବଡ଼ ବକ୍ଷରେ ପରିଣତ ହେବା ପାଇଁ
ଦେଖାଦିଅନ୍ତି ସେତେବେଳ ସମୟର ସୋର ବ୍ଲକର ଚେୟାରମ୍ୟାନ୍ ସ୍ଵର୍ଗତଃ ଘନଶ୍ୟାମ ଲେଙ୍କା, ଯିଏକି ପରିପ୍ପଳନା କମିଟିର
ସେକ୍ରେଟାରୀ ଭାର ଗ୍ରହଣ କରି ଅନେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟ ଯଥା School Permission, Recognition,
Grant-in-Aid, Direct payment ଓ ସ୍କୁଲ ସରକାରୀକରଣ ଆଦି କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରି ଆମ ସମସ୍ତଙ୍କର
ପ୍ରିୟଭାଜନ ହୋଇପାରିଥିଲେ ।
ସ୍ଵର୍ଗତଃ ଘନଶ୍ୟାମ ଲେଙ୍କା
କଥାରେ ଅଛି ସହଭାଗିତା, ସହଯୋଗିତା, ସଦିଚ୍ଛା ବିନା
କୌଣସି ମହତ କାର୍ଯ୍ୟର ଉତ୍କର୍ଷତା ପ୍ରତିପାଦିତ ହୋଇପାରିବ ନାହିଁ । ଆଜି ଯେଉଁ ସୁରମ୍ୟ ଅଟ୍ଟାଳିକାରେ ସବିରା ଉଚ୍ଚ
ବିଦ୍ୟାଳୟ ଝଲସି ଉଠୁଛି, ତାର ମୂଳଦୁଆକୁ ସୁଦୃଢ଼ କରିବାରେ ଅନେକ ଲୋକଙ୍କର ଅବଦାନ ରହିଛି । ବିଦ୍ୟାଳୟ ପ୍ରତିଷ୍ଠାରେ
ସହଯୋଗ କରିବାରେ ସୁନାରୀ ଗ୍ରାମର ସ୍ଵର୍ଗତଃ କେଶବ ଚନ୍ଦ୍ର ମହାପାତ୍ର, ପଦନପଡ଼ାର ସ୍ଵର୍ଗତଃ ଚୈତନ୍ୟ ବେହେରା,
କୃଷ୍ଣନଗରର ସ୍ୱର୍ଗତଃ ଅନନ୍ତ ପ୍ରସାଦ ବେହେରା, ସୁନାରୀ ଗ୍ରାମର ସ୍ଵର୍ଗତଃ ଦିବାକର ବେହେରା, ସବିରାର ସ୍ଵର୍ଗତଃ କୃଷ୍ଣଚନ୍ଦ୍ର
ବିଶ୍ବାଳ, ସବିରାର ସ୍ଵର୍ଗତଃ ରତ୍ନାକର ଶିଅଳ, ପଳସାର ସ୍ଵର୍ଗତଃ ବୁଦ୍ଧିରାମ ନାୟକ,ସବିରା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଅନନ୍ତ ପ୍ରସାଦ ମହାନ୍ତି , ସୁନାରୀ ଗ୍ରାମର ସ୍ଵର୍ଗତଃ ଶ୍ରୀଧର
ମହାପାତ୍ର ଓ ସ୍ଵର୍ଗତଃ ରମେଶ ମହାପାତ୍ରଙ୍କର ନାମ ପ୍ରଣିଧାନ ଯୋଗ୍ୟ ।
ଆଜି ସବିରା ଉଚ୍ଚ ବିଦ୍ୟାଳୟ ଯେଉଁ କାୟା ବିସ୍ତାର କରିଛି, ଯଦି ଆମେ ମୂଳକୁ ଫେରିଯିବା, ଆମେ ଅନୁଭବ କରିବା କେତେକ
ବଦାନ୍ୟ ବ୍ୟକ୍ତିଙ୍କର ସହଯୋଗ ଓ ଆନ୍ତରିକତା ବିନା ଏତେବଡ଼ ସ୍ଵପ୍ନ ସାକାର ହୋଇ ନଥାନ୍ତା ।
ବିଦ୍ୟାଳୟ ଭିତ୍ତିଭୂମି
ପ୍ରତିଷ୍ଠାରେ ନିଜ ନିଜ ଜମି ପ୍ରଦାନ କରି ଯେଉଁମାନେ ସହଯୋଗର ହାତ ବଢ଼ାଇଛନ୍ତି, ସେମାନଙ୍କର ଏହି ମହତାକାଂକ୍ଷା
ଯୋଗଦାନକୁ ବିଦ୍ୟାଳୟ ସର୍ବଦା ମନେ ରଖିବ ।
ଭୂମି ପ୍ରଦାନକାରୀଙ୍କର ପରିଚୟ ଏଠାରେ ବିଶେଷ ପ୍ରଣିଧାନ ଯୋଗ୍ୟ ହେବ । ସେମାନେ ହେଲେ, ସବିରା ଗ୍ରାମର ସ୍ଵର୍ଗତଃ
ପରମାନନ୍ଦ ଜେନା ଓ ସ୍ଵର୍ଗତଃ କୃଷ୍ଣ ଜେନା, ବ୍ରାହ୍ମଣସବିରାର ସ୍ଵର୍ଗତଃ ଯୁଜ ବେହେରା, ସୁନାରୀ ଗ୍ରାମର ସ୍ଵର୍ଗତଃ
ଈଶ୍ଵର ଚନ୍ଦ୍ର ବେହେରା ଓ ସ୍ଵର୍ଗତଃ ନିଧୁ ବେହେରା, ପଳସା ଗ୍ରାମର ସ୍ଵର୍ଗତଃ କୈଳାସ ଚନ୍ଦ୍ର ଧର ଓ କୃଷ୍ଣନଗରର
ସ୍ଵର୍ଗତଃ ଶଙ୍କର୍ଷଣ ଲେଙ୍କା ଆଦି ପ୍ରଧାନ ।
ସେତେବେଳ ସମୟରେ ପାଠ ପଢୁଥିବା ପିଲା ଓ ଗୁରୁଜୀମାନେ ଗାଁ ଗାଁରେ ବୁଲି କୁଟା, ବାଉଁଶ ଓ କାଠ ସଂଗ୍ରହ କରି ପ୍ରଥମେ
ଝାଟିମାଟି ଘର କରି ଯେଉଁ ବିଦ୍ୟାଳୟ ଗୃହ ନିର୍ମାଣ କରିଥିଲେ, ତାହା ଯୁଗ ଯୁଗ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ।
ସର୍ବୋପରି ଦୀର୍ଘ ଦଶରୁ ପନ୍ଦର ବର୍ଷ ଧରି ବିନା ସରକାରୀ ସହାୟତାରେ ଯେଉଁ ଶିକ୍ଷକମାନେ ଅନେକ କଷ୍ଟ ସ୍ଵୀକାର ପୂର୍ବକ
ଶିକ୍ଷାଦାନ କରି ମଧ୍ୟ ବିଦ୍ୟାଳୟକୁ ପ୍ରତିଷ୍ଠା କରିପାରିଲେ, ତାହା ଆଜିର ଯୁଗରେ ନୂତନ କରି ଯୋଗ କରୁଥିବା
ଶିକ୍ଷକ-ଶିକ୍ଷୟିତ୍ରୀମାନେ ଅନୁସରଣ କଲେ ବିଦ୍ୟାଳୟର ଶୈକ୍ଷିକ ପରିବେଶ ଆହୁରି ଗରିମାମୟ ହୋଇ ଉଠିବ । ସର୍ବଶେଷରେ ଆଉ
ଜଣକର ପରିଚୟ ଏଠାରେ ପ୍ରଦାନ କରିବା ଉଚିତ ହେବ । ସେ ହେଲେ ସୁନାରୀ ଗ୍ରାମର ବିଶିଷ୍ଟ ପାଲା ବାୟକ ସ୍ଵର୍ଗତଃ ବିଭୁତି
ଭୂଷଣ ପାଢ଼ୀ, ଯିଏ କି ଆମ ବିଦ୍ୟାଳୟର ପ୍ରଥମ କୁଳପୁରୋହିତ ଭାବେ ସ୍ୱୀକୃତି ଲାଭ କରିଥିଲେ । ବିଦ୍ୟାଳୟ ଶୁଭ ଦେବା
ସମୟରେ ତାଙ୍କ ଦ୍ଵାରା ହୋମ, ଯଜ୍ଞ ହୋଇ ବିଦ୍ୟାଳୟ ତାର ପ୍ରଗତି ପଥରେ ଅଗ୍ରସର ହୋଇଥିଲା । ଆଜି ପର୍ଯ୍ୟନ୍ତ ତାଙ୍କରି
ପରିବାର ବିଦ୍ୟାଳୟର ସରସ୍ୱତୀ ପୂଜା, ଗଣେଶ ପୂଜା ଓ ଅନ୍ୟାନ୍ୟ ଶୁଭକାର୍ଯ୍ୟରେ ସହଯୋଗର ହାତ ବଢ଼ାଇ ଆସୁଛନ୍ତି |
ବିଦ୍ୟାଳୟର ଇତିହାସ ସମ୍ବନ୍ଧୀୟ
ଉପରୋକ୍ତ ତଥ୍ୟରେ ଯଦି କିଛି ତୃଟି ବିଚ୍ୟୁତି ଥାଏ, ତାହା ଦୃଷ୍ଟି ଆକର୍ଷଣ କରାଗଲେ, ତେବେ ପରବର୍ତୀ ସମୟରେ ତାହା ସଂଶୋଧନ
ପାଇଁ ଚେଷ୍ଟା କରାଯିବ ।