ସବିରା ସରକାରୀ ଉଚ୍ଚ ବିଦ୍ୟାଳୟ, ସବିରା

ସ୍ଥାପିତ - ୧୯୭୩

Welcome To Sabira Govt High School

Subarna Jayanti Convenor Mr Ramakanta Sahoo Welcomed Ex-Central Minister Sj Bisweswar Tudu

Subarna Jayanti Presodent Mr Ramachandra Nayak Welcomed Ex-Member of Parliament Smt Manjulata Mandal

Students Performance at State Level "Sishunatak" Organised by 'KALAKAR' at Balasore

Convenor Sj Ramakanta Sahoo prayed to God for Subarna Jayanti to be completed successfully .

Decorative 3D Art Presented by The Students To The Institution on The eve Of Independence Day 2025

Supriya Nandini Tripathy & Arpita Tarei Our high Achievers in AHSC Exam-2023 Receved Award Money From The Honourable Guests

School Ex-Teachers Were Facilitated By The of Chief Guest

School Founder , Ex-teachers , Chief Speaker ,Teacher & Alumni At "SMRUTISTHAMBHA"

ଈଶୋପନିଷଦ୍ ମନ୍ତ୍ର – ଏଗାର

ବିଦ୍ୟାଂ ଚାବିଦ୍ୟାଂ ଚ ଯସ୍ତଦ୍ ବେଦୋଭୟଂ ସହ ।
ଅବିଦ୍ୟୟା ମୃତ୍ୟୁଂ ତୀର୍ତ୍ୱା ବିଦ୍ୟୟା ମୃତମଶତେ ||୧୧||

ଅନୁବାଦ
ଯେଉଁ ବ୍ୟକ୍ତି ଅବିଦ୍ୟା ଏବଂ ଦିବ୍ୟଜ୍ଞାନ ଲାଭ ପ୍ରଣାଳୀ ଏକା ସଙ୍ଗରେ ଶିକ୍ଷା କରେ, ସେ ହିଁ କେବଳ ବାରମ୍ବାର ଜନ୍ମ ମୃତ୍ୟୁର ପ୍ରଭାବକୁ ଅତିକ୍ରମ କରିପାରେ ଏବଂ ଅମରତ୍ବର ପୂର୍ଣ୍ଣ ଆଶୀର୍ବାଦ ଉପଭୋଗ କରେ ।

ଭାବାର୍ଥ
ଭୌତିକ ଜଗତର ଆରମ୍ଭରୁ ପ୍ରତ୍ୟେକେ ଏକ ଶାଶ୍ଵତ ଜୀବନ ପାଇଁ ଉଦ୍ୟମ କରୁଛନ୍ତି, କିନ୍ତୁ ପ୍ରକୃତିର ନିୟମ ଏତେ ନିଷ୍ଠୁର ଯେ କେହି ମୃତ୍ୟୁ ହସ୍ତରୁ ରକ୍ଷା ପାଇ ନାହନ୍ତି । କେହି ମୃତ୍ୟୁ ଋହେଁନା । ତାହା ଏକ ବାସ୍ତବ ସତ୍ୟ । କେହି ବୃଦ୍ଧ ଓ ରୋଗଗ୍ରସ୍ତ ହେବାକୁ ମଧ୍ୟ ଋହେଁନା; କିନ୍ତୁ ପ୍ରକୃତିର ନିୟମ କାହାକୁ ମୃତ୍ୟୁ, ଜରା ଓ ବ୍ୟାଧ୍ଧରୁ ବିମୁକ୍ତ ରହିବାକୁ ଦିଏନା । ଭୌତିକ ଜ୍ଞାନର ଅଗ୍ରଗତି ଜୀବନର ଏହି ସବୁ ସମସ୍ୟା ସମାଧାନ କରି ପାରିନାହିଁ । ଭୌତିକ ବିଜ୍ଞାନ ମୃତ୍ୟୁର ପ୍ରଣାଳୀକୁ ତ୍ବରାନ୍ବିତ କରିବାକୁ ପରମାଣୁ ବୋମା ଆବିଷ୍କାର କରିଛି; କିନ୍ତୁ ମନୁଷ୍ୟକୁ ଜରା, ବ୍ୟାଧ ଓ ମୃତ୍ୟୁର ନିଷ୍ଠୁର ହସ୍ତରୁ ରକ୍ଷା କରିବାକୁ ଏହା କିଛି ଆବିଷ୍କାର କରିନାହିଁ ।
ବୁଦ୍ଧିମାନ ଲୋକେ ସବୁବେଳେ ମନେ ରଖିବେ ଯେ, ଲକ୍ଷ ଲକ୍ଷ ବର୍ଷର ବିବର୍ତ୍ତନ ମଧ୍ୟ ଦେଇ ଜୀବର ଦେହାନ୍ତର ପ୍ରାପ୍ତି ପରେ ତାକୁ ଏହି ନିର୍ଦ୍ଦିଷ୍ଟ ଦେହ ମିଳିଥାଏ । ଏହି ଭୌତିକ ଜଗତକୁ ବେଳେବେଳେ ଏକ ମହାସାଗର ସହିତ ତୁଳନା କରାଯାଏ, ଯେଉଁ ନୌକା ସାହାଯ୍ୟରେ ଏହି ମହାସାଗର ପାରି ହେବାକୁ ପଡ଼ିବ । ବୈଦିକ ପୁରାଣ ଏବଂ ସଦ୍‌ଗୁରୁ (ଆଶ୍ଚର୍ଯ୍ୟ) ମାନଙ୍କୁ ଦକ୍ଷ ନାବିକ ସହିତ ତୁଳନା କରାଯାଏ । ମନୁଷ୍ୟ ଦେହ ରୂପକ ସୁଯୋଗକୁ ଅନୁକୂଳ ବାୟୁ ସହିତ ତୁଳନା କରାଯାଏ, ଯାହା ନୌକାକୁ ଅନାୟସରେ ବାହି ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବାକୁ ସାହାଯ୍ୟ କରିପାରେ । ଯଦି ଏତେ ସୁବିଧା ଥାଇ ମଧ୍ୟ ଜଣେ ବ୍ୟକ୍ତି ଆତ୍ରୋପଲବ୍ଧ ପାଇଁ ନିଜର ଦେହର ପୂର୍ଣ୍ଣ ଉପଯୋଗ କରିନପାରେ ତେବେ ସେପରି ଏକ ଅସୁର ‘ ଆତ୍ମହା’ ବା ଜୀବ ହତ୍ୟାକାରୀ ବୋଲି ପରିଗଣିତ ହେବ । ଜୀବ ହତ୍ୟାକାରୀ ଚିରଦିନ ଦୁର୍ଦ୍ଦଶା ଭୋଗ କରିବାକୁ ଅଜ୍ଞାନତାର ଅନ୍ଧକାର ରାଜ୍ୟରେ ନିପତିତ ହେବ, ଏହା ତାର ଅଦୃଷ୍ଟ ଲେଖା । ଏହିଠାରେ ଶ୍ରୀ ଈଶୋପନିଷଦ୍ ସ୍ପଷ୍ଟ ଭାଷାରେ ଏକ ସତର୍କବାଣୀ ଶୁଣାଇଛନ୍ତି |
ଜୀବନ ସଂଗ୍ରାମରେ ଜୟଲାଭ କରିବାକୁ ଓ ଏକତରଫା ଉଦ୍ୟମ ନ କରିବାକୁ ଶ୍ରୀ ଈଶୋପନିଷଦ୍ ଉପଦେଶ ଦେଇଛି । ପ୍ରତ୍ୟେକେ ନିଜର ସ୍ଥିତି ପାଇଁ କଠିନ ଉଦ୍ୟମ କରୁଛନ୍ତି, କିନ୍ତୁ ଭୂତ ପ୍ରକୃତିର ନିୟମ ଏତେ କଠୋର ଯେ କାହାରିକୁ ଏହା ଅତିକ୍ରମ କରିବାକୁ ସେ ଦେଉନାହାନ୍ତି । ସ୍ଥାୟୀ (ଶାଶ୍ଵତ) ଜୀବନ ଲାଭ କରିବାକୁ ହେଲେ ଭଗବାନଙ୍କ ନିକଟକୁ ଫେରିଯିବାକୁ ହେବ ।
ଭଗବାନଙ୍କ ନିକଟକୁ ଫେରିଯିବାର ଏହି ପ୍ରଣାଳୀ ଜ୍ଞାନର ଏକ ଭିନ୍ନ ଶାଖା ଅଟେ । ଉପନିଷଦ୍, ବେଦାନ୍ତ, ଭଗବତ୍ ଗୀତା, ଶ୍ରୀମଦ୍ ଭାଗବତମ୍ ପ୍ରଭୃତି ପ୍ରମାଣିକ ବୈଦିକ ଶାସ୍ତ୍ରସମୂହରୁ ଏହା ଶିକ୍ଷା କରିବାକୁ ହୁଏ । ତେଣୁ ଏ ଜୀବନରେ ସୁଖୀ ହେବାକୁ ହେଲେ ଏବଂ ଏହି ଭୌତିକ ଦେହତ୍ୟାଗ ପରେ ଏକ ଆନନ୍ଦମୟ ଜୀବନ ଲାଭ କରିବାକୁ ହେଲେ, ଏହି ପବିତ୍ର ଶାସ୍ତ୍ର ମାନଙ୍କରୁ ଦିବ୍ୟଜ୍ଞାନ ଆହରଣ କରିବାକୁ ହେବ । ବଦ୍ଧ ଜୀବ ଭଗବାନଙ୍କ ସହିତ ତା’ର ଶାଶ୍ଵତ ସଂପର୍କକୁ ଭୁଲିଯାଇଛି ଏବଂ ଏ ଜନ୍ମର ଅସ୍ଥାୟୀ ସ୍ଥାନକୁ ତାର ସର୍ବସ୍ଵ ବୋଲି ଭୁଲବଶତଃ ଗ୍ରହଣ କରିନେଇଛି । ଭଗବାନ୍ ତାଙ୍କର ଅପାର କରୁଣାରୁ ଭାରତବର୍ଷର ଉପଯୁକ୍ତ ଗ୍ରନ୍ଥମାନ ଏବଂ ଅନ୍ୟ ଦେଶରେ ଅନ୍ୟ ଶାସ୍ତ୍ରସମୂହ ପ୍ରଦାନ ଦିବ୍ୟ ଗୃହକୁ ଫେରିବା ଦ୍ୱାରା ସେ କେବଳ ସୁଖୀ ହୋଇପାରିବ ।

Mr.Ramakanta Sahoo

Sr.SES

Headmaster

Sabira Government High School

Headmaster’s Message

Dear Students, Parents, and Esteemed Members of the Community, It is with great pride and deep commitment that I extend my heartfelt greetings to you all as the Headmaster of Sabira Government High School, a position I have had the honor of holding since 2021. Since joining this institution, I have witnessed the remarkable spirit, talent, and potential of our students, guided by a dedicated team of teachers and supported by a community that truly values education. Our school, under the transformative 5T initiative and Mo School Abhijan, is not only preserving its rich legacy but also stepping confidently into the future with a renewed focus on quality education, digital infrastructure, and holistic student development.

Golden Jubilee Celebration - 50 Years of Legacy

Sabira Govt High School Highlights Video

📢 Notice Board

Announcements

    News & Achievements

      Events